୩୩ କୋଟି ଜିତିଲେ, ଜୀବନ ହାରିଲେ
by Argus News
Thu, Jun 27 | 7:53 p.m.

ଅର୍ଗସ ବ୍ୟୁରୋ : କାଳ ହେଲା ଅତ୍ୟଧିକ ଖୁସି । ମାତ୍ର କେଇ ମୁହୂର୍ତ୍ତରେ ଚାଲିଗଲା ଜୀବନ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । କାରଣ ଖେଳୁ ଖେଳୁ କେତେବେଳେ ତାହା ଜୁଆରେ ପରିଣତ ହେଲା ତାହା ଖେଳାଳି ଜଣକ ନିଜେ ବି ଜାଣିପାରିଲେନି । ଧୀରେ ଧୀରେ ତାହା ଅଭ୍ୟାସରେ ବଦଳିଗଲା । ଆଉ ଏମିତି ଖେଳୁ ଖେଳୁ ୩୩ କୋଟି ଜିତିଗଲେ । ଖାଲି ଜିତିଲେ ତାହା ନୁହେଁ ବରଂ ଏଇ ଖେଳ ହିଁ ତାଙ୍କ ପାଇଁ କାଳ ହେଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ଆଲୋଚନା ।

ମୃତ୍ୟୁ । ଏହା ଚିରନ୍ତନ ସତ୍ୟ । କେତେବେଳେ କାହା ଉପରେ କାଳର ଫାଶ ପଡ଼ିବ ସେକଥା କିଏ ବା କହିପାରିବ ? ସେଇଥି ଲାଗି କୁହାଯାଇଛି...ଜନ୍ମ ଓ ମୃତ୍ୟୁ କଥା କେହି କେବେ କହିପାରିବେ ନାହିଁ । ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ସୁଦୁର ସିଙ୍ଗାପୁର ଅଂଚଳରୁ । ଭାଇରାଲ ହେଉଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି,  ଜୁଆ ଖେଳରେ ୩୩ କୋଟିର ଜ୍ୟାକପଟ୍‌ ଲାଗିବା ପରେ ଜଣେ ବ୍ୟକ୍ତି ହୃଦ୍‌ଘାତରେ ଟଳି ପଡିଛନ୍ତି...ନିମିଷକେ ମାତ୍ର ଜୀବନ ତାଙ୍କର ଚାଲିଯାଉଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସିଙ୍ଗାପୁରର ଜଣାଶୁଣା କ୍ୟାସିନୋକୁ ଜୁଆ ଖେଳିବାକୁ ଆସିଥିଲେ ଜଣେ ବ୍ୟକ୍ତି । ତେବେ ଜୁଆ ଖେଳୁ ଖେଳୁ ଚମକି ଉଠିଥିଲା ତାଙ୍କ ଭାଗ୍ୟ। ତାଙ୍କ ହାତରେ ଲାଗିଥିବା ମୋଟା ଅଙ୍କର ଜ୍ୟାକ୍‌ପଟ୍‌। ସେ ପ୍ରାୟ ୩.୨ ମିଲିଅନ୍ ତଥା ୩୩ ଟଙ୍କା ଜିତିଥିଲେ। ଏହା ଦେଖି ତାଙ୍କ ଖୁସିର ଠିକଣା ରହିନଥିଲା। ସେ କ୍ୟାସିନୋ ଭିତରେ ନାଚିବାକୁ ଲାଗିଥିଲେ। ଚେୟାରରୁ ଠିଆ ହୋଇ ଡେଇଁବା ସହ ପବନରେ ପଞ୍ଚ ମାରିବାକୁ ଲାଗିଥିଲେ। ତେବେ ଏତିକି ବେଳେ କେହି କିଛି ବିଝିବା ପୂର୍ବରୁ ହଠାତ୍ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆମେ ଅନେକ ସମୟରେ ଦେଖିଛନ୍ତି ମଣିଷ ବେଳେବେଳେ ଏତେ ମାତ୍ରାରେ ଖୁସି ହୁଏ କି ପରବର୍ତ୍ତୀ ସମୟରେ ତା' ପାଇଁ ବିପଦ ଭାବରେ ଉଭା ହୁଏ । ଠିକ୍‌ ଏହି ଘଟଣା ଥିଲା କିଛି ଏମିତି । ମୋଟ୍‌ ଉପରେ ମଣିଷ କଣ କରୁଛି କଣ କରୁନି ତାହା ଉପରେ ନିଜେ ଧ୍ୟାନ ରଖିବା ଦରକାର । ନଚେତ୍‌ କେତେବେଳେ ଯେ ବହୁମୂଲ୍ୟ ଜୀବନ ଦୀପ ଲିଭିଯିବ ସେକଥା କିଏ କହିବ ?
 

ସଲମାନ ଖାନ
53m ago
ଐଶ୍ୱର୍ଯ୍ୟା କି କ୍ୟାଟ୍ରିନା ନୁହେଁ...ଏହି ଅଭିନେତ୍ରୀ ହୋଇଥାନ୍ତେ ସଲମାନଙ୍କ ପତ୍ନୀ
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କ ବାହାଘରକୁ ନେଇ ସବୁବେଳେ କିଛି ନା କିଛି ଗୁଜବ ଶୁଣିବାକୁ ମିଳେ । କହିବାକୁ ଗଲେ ତାଙ୍କ ବାହାଘର ବଲିଉଡର ସବୁଠୁ ବଡ ମିଷ୍ଟ୍ରି । ସେ କାହାକୁ ବାହା ହେବେ
ଅଣସର ଭାର
ମାମୁଁ ଭଣଜାର ଅନନ୍ୟ ପରମ୍ପରା, ମାଧବ ପୀଠରୁ ବାହାରିଲା ଅଣସର ଭାର
ନିଆଳି: ଆଜି ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛି । ବିଭିନ୍ନ ପ୍ରକାର ଫଳ ମୂଳ ସହ ଦିବ୍ୟ ବଞ୍ଜନ ନେ
ଦ୍ରୌପଦୀ ମୁର୍ମୁ
ରଥଯାତ୍ରାରେ ସାମିଲ୍ ହେବେ ମହାମହିମ; ଆସିଲା ପୁରା ସୂଚୀ
ପୁରୀ: ରଥଯାତ୍ରାରେ ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ମିନିଟ୍ ଟୁ ମିନିଟ୍ ସିଡୁଲ୍ ପ୍ରକାଶ ପାଇଛି । ରଥଯାତ୍ରା ଦିନ ଅର୍ଥାତ ଆସନ୍ତ